ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି. ତେବେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି. ପୁରୀ ଲୋକସଭା ଆସନରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିର୍ବାଚନ ଲଢିବେ. ସେହିପରି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ବରଗଡ଼ରୁ ନିର୍ବାଚନ ଲଢିବେ. ରାଜ୍ୟ ବିଜେପି ସଭାପତି ବସନ୍ତ କୁମାର ପଣ୍ଡା ବିଧାନସଭା ବଦଳରେ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ପ୍ରକାଶ ପାଇଛି. ଜୟରାମ ପାଙ୍ଗୀ କୋରାପୁଟ ଆସନରୁ ନିର୍ବାଚନ ଲଢିବେ. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ପାଇଁ ବିଜେପି ପୂର୍ବରୁ 10ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା. ମାତ୍ର ଗତକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏହା 10ରୁ 15କୁ ବୃଦ୍ଧି ପାଇଥିଲା. ସେହିଭଳି ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ 99 ଜଣଙ୍କ ନାମ ଘୋଷଣା କରିଥିବା ବେଳେ ଗତକାଲି ଆଉ 22ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି. ଭଟଲିରୁ ଇରାଶିଷ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିବା ବେଳେ ଦେବଗଡ଼ରୁ ସୁବାସ ପାଣିଗ୍ରାହୀ ଏବଂ ବୀରମହାରାଜପୁରୁ ରଘୁନାଥ ଜଗଦଳା ଓ ସୋନପୁରରୁ ଅଶୋକ ପୂଜାରୀ ନିର୍ବାଚନ ଲଢିବେ. ଅନ୍ୟପଟେ ବଲାଙ୍ଗିରରୁ ଅନନ୍ତ ଦାସ, ନୂଆପଡ଼ାରୁ ହୋମିଂସ୍ ମାଝି, ଝରିଗାଁରୁ ପର୍ଶୁରାମ ମାଝି, ଡାବୁଗାଁରୁ ପଦ୍ମନ ନାୟକ, ଭବାନୀପାଟଣାରୁ ପ୍ରଦୀପ ନାୟକ, ଦଶପଲ୍ଲାରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟନଗରରୁ ରଞ୍ଜନ ପଲାଇ ଓ ଛତ୍ରପୁରରୁ ପ୍ରଶାନ୍ତ କର, ମୋହନାରୁ ପ୍ରଶାନ୍ତ ମଲ୍ଲିକ, ଗୁଣପୁରରୁ ଶିଶିର ଗମାଙ୍ଗ, ରାୟଗଡ଼ାରୁ ବସନ୍ତ ଉଲାକା ଓ ଜୟପୁରରୁ ଗୌତମ ସାମନ୍ତରାୟ, କୋରାପୁଟରୁ ତ୍ରିପୁରାରୀ ଗରଡ଼ା ଓ ଚିତ୍ରକୋଣ୍ଡାରୁ ପଦୁ ମାଝୀ ଓ ଆସ୍କାରୁ ବିଧାୟକ ଦେବରାଜ ମହାନ୍ତି, ସୋରଡାରୁ ନୀଳମଣି ବିଷୋଇ, ବ୍ରହ୍ମପୁରରୁ କାହ୍ନୁ ପତି ଓ ଦିଗପହଣ୍ଡିରୁ ପିଙ୍କି ପ୍ରଧାନ ନିର୍ବାଚନ ଲଢିବେ ବୋଲି ବିଜେପି ଘୋଷଣା କରିଛି.

LEAVE A REPLY

Please enter your comment!
Please enter your name here