ଓଡିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ଜଣେ ଟ୍ରାନ୍ସଜେଣଣ୍ଡର. ଯାହାର ନାଁ କାଜଲ ନାୟକ. ବହୁଜନ ସମାଜ ପାର୍ଟିରୁ ସେ ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ଆସନରୁ ଲଢିବେ. ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା କାଜଲ କହିଛନ୍ତି ‘ମୋ ଭଳି ଲୋକଙ୍କ ପାଇଁ ଜନତା ହେଉଛନ୍ତି ମୋର ପରିବାର. ସେମାନଙ୍କ ପାଇଁ ମୁଁ ଲଢିବି’. 27 ବର୍ଷ ବୟସର କାଜଲ କୁହନ୍ତି ଯାଜପୁରବାସୀଙ୍କ ସହ ମୋର ସଂପର୍କ ଅନେକ ପୁରୁଣା ଓ ସାମାଜିକ କାର୍ଯ୍ୟ ଜରିଆରେ ସେମାନେ ମୋତେ ବେଶ ଭଲଭାବେ ଜାଣନ୍ତି. ଆଉ ମୋ କାମରେ ଖୁସି ହୋଇ କୋରେଇରୁ ନିର୍ବାଚନ ଲଢିବା ପାଇଁ ବିଏସପିର ମୁଖ୍ୟ କୃଷ୍ଣଚନ୍ଦ୍ର ସଗରିଆ ଟିକଟ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here