ନୀଳଗିରି ଗୋପାଳପୁର ନିକଟ ଜଙ୍ଗଲରେ 25ରୁ ଅଧିକ ହାତୀ ରହିଥିବା ଦେଖିବାକୁ ମିଳିଛି. ଗତକାଲି ଝାଡଖଣ୍ଡ ଦଲମା ଅଞ୍ଚଳରୁ ହାତୀପଲ ଆସିଥିବା ଅନୁମାନ କରାଯାଉଛି. ତେବେ ବେତନଟୀ ରେଞ୍ଜ ନଡପୁର ଦେଇ ହାତୀପଲ ପ୍ରବେଶ କରିଥିବା ସୂଚନା ମିଳିଛି. ଝାଡଖଣ୍ଡୀ ହାତୀପଲଙ୍କ ଗାଁ ମୁହାଁ ପ୍ରବେଶ ଦେଖି ଗୋପାଳପୁର ଗ୍ରାମବାସୀ ଆତଙ୍କିତ ଥିବା ସୂଚନା ମିଳିଛି. ପ୍ରାୟ 25ରୁ ଉର୍ଦ୍ଧ୍ୱ ହାତୀ ଗୋପାଳପୁର ମୁହାଁ ଯାଉଥିବା କ୍ୟାମେରାରେ କଏଦ ହୋଇଛି.

LEAVE A REPLY

Please enter your comment!
Please enter your name here