ନୂଆପଡ଼ା ବିଡିଓ ରୋହିତ ଭୋଇଙ୍କୁ ମାଡ଼ ଘଟଣାରେ ପୁଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ଭଇସାଟାଲ ଗାଁର ୪ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁଯାୟୀ , ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ପଞ୍ଚାୟତ ମୁଖ୍ୟାଳୟରେ ହେବାକୁ ଥିବା ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିରୋଧ କରିଥିଲେ କିଛି ଗ୍ରାମବାସୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାମ ଚାଲୁଥିଲା ବେଳେ , ଆଜି ଜଣେ ଯୁବକ ବିଡିଓ ରୋହିତ ଭୋଇଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ବେଳର ଭିଡିଓ ଭାଇରାଲ୍ ହେବାପରେ , ବିଡିଓ ଥାନାର ଦ୍ଵାରସ୍ଥ ହୋଇଥିଲେ। ଦୋଷୀଙ୍କୁ ଗିରଫ ଦାବିରେ ବ୍ଲକ୍ ଅଫିସ୍ ଆଗରେ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ବ୍ଲକ କର୍ମଚାରୀ ମାନେ ଧାରଣା ଦେଇ କଲମ ଛାଡ଼ ଆନ୍ଦୋଳନ କରିଥିଲେ। ବ୍ଲକ ଅଫିସ ପରିସରରେ SDPOଙ୍କ ସହ ନୂଆପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ଏବେ ପୁଲିସ ଏବେ ସୁଦ୍ଧା ୪ଜଣଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here