ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ । ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ଖାରଜ ହୋଇଛି । ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବ ଖାରଜ କରିବା ସହ ଏଭଳି ପ୍ରସ୍ତାବ ଅଣାଯିବା ପଛରେ ବିଦେଶୀ ଷଡଯନ୍ତ୍ର ଥିବା ଦର୍ଶାଇଛନ୍ତି । ଅବିଶ୍ୱାସ ପ୍ରସ୍ତାବକୁ ଅସାମ୍ବିଧାନିକ ବୋଲି କହିଛନ୍ତି ଉପବାଚସ୍ପତି । ଏଥିସହିତ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ନ୍ୟାସନାଲ ଆସେମ୍ଲିକୁ ସ୍ଥଗିତ ରଖାଯାଇଛି ।
ଅନ୍ୟପଟେ ଇମ୍ରାନ ଖାନ୍ ନ୍ୟାସନାଲ ଆସେମ୍ଲି ଭଙ୍ଗ ପାଇଁ ସୁପାରିସ କରିଛନ୍ତି । ସାନି ନିର୍ବାଚନ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବା ସହ ଦେଶବାସୀଙ୍କୁ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଇମ୍ରାନ ପରାମର୍ଶ ଦେଇଛନ୍ତି ।
ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲଓ୍ବାଲା ଭୁଟ୍ଟୋ ଜର୍ଦ୍ଦାରୀ କହିଛନ୍ତି, ସରକାର ସମ୍ବିଧାନ ଉଲ୍ଲଂଘନ କରିଛନ୍ତି । ଇମ୍ରାନଙ୍କ ବିରୋଧରେ ବିରୋଧୀ ଏକଜୁଟ ହୋଇଛନ୍ତି । ସରକାରଙ୍କ ଅସାମ୍ବିଧାନିକ ନିଷ୍ପତ୍ତି ବିରୋଧରେ ଆମେ ସୁପ୍ରିମକୋର୍ଟ ଯିବୁ ବୋଲି କହିଛନ୍ତି ଜର୍ଦ୍ଦାରୀ ।

LEAVE A REPLY

Please enter your comment!
Please enter your name here