କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କର ଆଜି ସରିଛି ରିମାଣ୍ଡ ଅବଧି । ଶର୍ମିଷ୍ଠା, ନିରଞ୍ଜନ, ଝୁନା, ରଞ୍ଜନଙ୍କୁ ଚାନ୍ଦବାଲି ଜେଏମଏଫସିରେ ହାଜର କରିଛି କ୍ରାଇମବ୍ରାଞ୍ଚ । ଏହି ୪ ଅଭିଯୁକ୍ତଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ଜେଏମଏଫସିରେ ହାଜର ସହ ରିମାଣ୍ଡ ଆବେଦନ । ଗତ ୫ଦିନ ରିମାଣ୍ଡରେ ୪ ଅଭିଯୁକ୍ତଙ୍କୁ ଜେରା, ସିନ ରିକ୍ରିଏସନରୁ କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ହାସଲ କରିଛି । ହେଲେ ଯେଉଁ ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଛି ବୋଲି ଚର୍ଚ୍ଚା ହେଉଛି ସେନେଇ କ୍ରାଇମବ୍ରାଞ୍ଚ ଏଯାଏଁ କୌଣସି ସୁରାକ ପାଇନି ।

LEAVE A REPLY

Please enter your comment!
Please enter your name here