ପଞ୍ଚଭୂତରେ ବୀଲିନ ହୋଇଯାଇଛି ପଞ୍ଚଭୁତର ଶରୀର । ସ୍ଥମ୍ଭିଭୂତ ଜନସମୂଦ୍ର । ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଭିତରେ ବିଦାୟ ନେଇଛନ୍ତି ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଦିଲ୍ଲୀ ସ୍ଥିତି ଲୋଧିରୋଡ ଶଶ୍ମାନରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି ତାଙ୍କର ଅନ୍ତିମ ସଂସ୍କାର । ସ୍ମୃତିସ୍ଥଳରେ ସୁଷମା ସ୍ୱରାଜଙ୍କ ମରଶରୀର ପହଁଞ୍ଚିବା ପରେ ଅପରାହ୍ନ ୪ଟା ୩୦ମିନିଟରେ ରେ ଆରମ୍ଭ ହୋଇଥିଲା ଅନ୍ତିମ ସଂସ୍କାର ପ୍ରକ୍ରିୟା । ସୁଷମାଙ୍କ ମରଶରୀର ଉପରୁ ଜାତୀୟ ପତାକା କଢାଯାଇଥିଲା । ଏହାପରେ ପଣ୍ଡିତଙ୍କ ମନ୍ତ୍ରପାଠରେ କମ୍ପିଥିଲା ସ୍ମୃତି ସ୍ଥଳ । ଏହି ଶୋକାକୁଳ ପରିବେଶ ଭିତରେ ସେନାବାହିନୀର ଗନ୍ ସାଲୁ୍ୟଟ ସହ ମୁଖାଗ୍ନି ଦେଇଥିଲେ ଝିଅ ବାଂସୁରୀ ସ୍ୱରାଜ । ତା ପରେ ପଞ୍ଚଭୂତରେ ବିଲୀନ ହୋଇଯାଇଥିଲା ସୁଷମାଙ୍କ ମରଶରୀର ।
ଗତକାଲି ଏମ୍ସରୁ ମରଶରୀର ପହଁଞ୍ଚିବା ପରେ ଆଜି ତାଙ୍କୁ ଜନ୍ତର ମନ୍ତର ନିକଟରେ ଥିବା ତାଙ୍କ ବାସଭବନକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ହିନ୍ଦୁ ରିତୀନିତି ଅନୁସାରେ ଜଣେ ସୁହାଗୀନି ବେଶରେ ସଜା ଯାଇଥିଲା । ଏହାପରେ ଆଜି ମଧ୍ୟାହ୍ନ ୧୨ଟାରେ ବାସଭବନରୁ ମରଶରୀରକୁ ଏକ ବିରାଟ ପଟୁଆରରେ ନିଆଯାଇଥିଲା ଦିଲ୍ଲୀ ବିଜେପି କାର୍ଯ୍ୟାଳୟକୁ । ଜାତି, ଧର୍ମ ,ବନ ଏବଂ ଦଳ ମତ ନିର୍ବିଶେଷରେ ସମସ୍ତେ ପହଁଞ୍ଚି ଅଶ୍ରୁଳ ଶ୍ରଦ୍ଧାଞ୍ଚଳି ଜଣାଇଥିଲେ ସୁଷମାଙ୍କୁ । ତାପରେ ଅପରାହ୍ନ ୨ଟାରେ ଦିଲ୍ଲୀ ସ୍ଥିତି ଲୋଧିରୋଡ ଶଶ୍ମାନ ଅଭିମୁଖେ ରାଲୀର ନିଆଯାଇଥିଲା ସୁଷମାଙ୍କ ମରଶରୀରକୁ । ଅପରାହ୍ନ ୪ଟା ୩୦ରେ ସ୍ମୃତିସ୍ଥଳରେ ପହଁଞ୍ଚିଥିଲା ସୁଷମାଙ୍କ ମରଶରୀର । ଯେଉଁଠି ଶେଷ ଶ୍ରଦ୍ଧାଞ୍ଚଳି ଜଣାଇବା ପାଇଁ ପହଁଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟରପତି ଭେଙ୍କେୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, ଲୋକସଭା ବାଚସ୍ପତି ଓମ ବିର୍ଲା, ଲାଲକୃଷ୍ଣ ଆଡଭାଣୀ, ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ମାନରେ ଭାବ ବିହ୍ୱଳ ହୋଇପଡିଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

LEAVE A REPLY

Please enter your comment!
Please enter your name here