ଓଡିଶା ପଞ୍ଚାୟତ ରାଜନୀତିରେ ଦେଖିବାକୁ ମିଳିଛି ନୂଆ ଟ୍ୱିଷ୍ଟ। ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ପ୍ରକ୍ରିୟାକୁ ସରକାର ହଠାତ୍ ସ୍ଥଗିତ କରିଛନ୍ତି। ଏପ୍ରିଲ୍‌ ମାସରେ ହେବାକୁ ଥିବା ସଂରକ୍ଷଣ କାର୍ଯ୍ୟ ଏବେ ଅନିଶ୍ଚିତତାରେ ପଡ଼ିଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏନେଇ ନୂତନ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ସମସ୍ତ ଜିଲ୍ଲା ପ୍ରଶାସନକୁ ଏହା ସୂଚିତ କରାଯାଇଛି। ପୂର୍ବରୁ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନିର୍ଣ୍ଣୟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପ୍ରିଲ ୬ ତାରିଖରେ ଏନେଇ ଚିଠି ମଧ୍ୟ ପଠାଯାଇଥିଲା ଏବଂ ଏପ୍ରିଲ ୨୦ ମଧ୍ୟରେ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଥିଲା। କିନ୍ତୁ ହଠାତ୍ ସରକାରଙ୍କ ନିଷ୍ପତ୍ତି ପରିବର୍ତ୍ତନର ଉଦ୍ଦେଶ୍ୟ କଣ ? ଏହାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here