ଓଡିଶାରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟ ସରକାରଙ୍କର ତତ୍ପରତା ବଢିଛି । ଆଜି ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷ୍ୟତାରେ ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟସଚିବଙ୍କ ଅଧକ୍ଷ୍ୟତାରେ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏଥିରେ ସ୍ୱାସ୍ଥ୍ୟବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଓମିକ୍ରନର ମୁକାବିଲା କିଭଳି କରାଯିବ ସେନେଇ ଆଲୋଚନା କରାଯାଇଥିଲା । ଏଥିରେ ୫ଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି । ସର୍ଭେଲାନ୍ସ, ଟିକାକରଣକୁ ଜୋରସୋରରେ କରିବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଜିନମ ସିକୁଏନ୍ସିଂ ସଂଖ୍ୟା ବୃଦ୍ଧି କରାଯିବ । ନୂଆବର୍ଷ ଆସୁଥିବାରୁ ଭିଡକୁ ନିୟନ୍ତ୍ରଣ ରଖିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସ୍କୁଲ , କଲେଜରେ ପଜିଟିଭ ଚିହ୍ନଟ ହେଲେ ଆଇସୋଲେସନ ବ୍ୟବସ୍ଥା । ଆବଶ୍ୟକ ହେଲେ ଗାଇଡଲାଇନ୍ ଆସିବ ।

LEAVE A REPLY

Please enter your comment!
Please enter your name here