୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି । ଶକ୍ତି ବୃଦ୍ଧି ପାଇଁ ଆରମ୍ଭ ହୋଇଥିବା କସରତରେ ବିଜେଡି ଜାତୀୟସ୍ତରରେ ବି ଅନ୍ୟ ଦଳକୁ ପଛରେ ପକାଇ ଦେଇଛି । ସମର୍ଥନ ହାତେଇବାକୁ ପଛାଉନାହିଁ ବିଜୁ ଜନତା ଦଳ । ମହିଳା ବିଲ୍‌ ପାସ ନେଇ ସମର୍ଥନ ହାତେଇବାକୁ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ବିଜେଡି ପ୍ରତିନିଧି ମଣ୍ଡଳୀ ୨୨ ରାଜନୈତିକ ଦଳକୁ ଭେଟିବେ। ବିଜେଡି ପ୍ରତିନିଧି ମଣ୍ଡଳୀ ୭ ଜାତୀୟ ଦଳ ଓ ୧୫ ଆଞ୍ଚଳିକ ଦଳର ସମର୍ଥନ ପାଇଁ ଉଦ୍ୟମ କରିଛି। ତିନି ଜଣ ସାଂସଦ ଓ ଜଣେ ବିଧାୟକ ବିଜେପି ନେତାଙ୍କୁ ଭେଟିବେ। ସେହିପରି ୩ ଜଣ ସାଂସଦ ଓ ଜଣେ ବିଧାୟକ କଂଗ୍ରେସ ନେତାଙ୍କୁ ଭେଟିବେ। ପୂର୍ବରୁ ମହିଳା ବିଲ ପାରିତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ବୁଧବାର ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବୈଠକରେ ଆଲୋଚନା ହୋଇଛି । ବିଧାନସଭା, ଲୋକସଭାରେ ସଂରକ୍ଷଣ ନେଇ ବିଭିନ୍ନ ଦଳକୁ ଭେଟିବୁ ବୋଲି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ୭ ଜାତୀୟ ଓ ୧୫ ଆଞ୍ଚଳିକ ଦଳକୁ ବିଜେଡି ପ୍ରତିନିଧି ଦଳ ଭେଟିବ । ପ୍ରତିନିଧି ଦଳ ଭେଟି ମହିଳାଙ୍କ ସ୍ଥାନ ସଂରକ୍ଷଣ ପାଇଁ କଥା ହେବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଓଡ଼ିଶା ବିଧାନସଭାରେ ମହିଳା ସଂରକ୍ଷଣ ସଂକ୍ରାନ୍ତରେ ରାଜ୍ୟ ସରକାର ଗତ ନଭେମ୍ବର ୨୦ରେ ବଡ଼ ପ୍ରସ୍ତାବ ଆଣିଥିଲେ। ରାଜ୍ୟ ସରକାର ବିଧାନସଭାରେ ୩୩ ପ୍ରତିଶତ ମହିଳା ସଦସ୍ୟ ରହିବେ ବୋଲି ସଂକଳ୍ପ ପାରିତ କରିଥିଲେ। ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରହୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ପ୍ରସ୍ତାବ ଆଣିଥିଲେ। ସେହି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

LEAVE A REPLY

Please enter your comment!
Please enter your name here