ଛୋଟପିଲାଙ୍କ ପାଇଁ ଉଦ୍ଦିଷ୍ଟ ସବୁଠୁ ଲୋକପ୍ରିୟ ବ୍ରାଣ୍ଡ ଜନସନ୍ସ ଆଣ୍ଡ ଜନସନ୍ସ ବେବି ଏବେ ପୁଣି ଚର୍ଚ୍ଚାରେ. ଜନସନ୍ସ ଆଣ୍ଡ ଜନସନ୍ସ ବେବି ସାମ୍ପୁରେ କ୍ୟାନସର ରୋଗର କାରକ ଚିହ୍ନଟ କରାଯାଇଛି. ପୂର୍ବରୁ ଏଭଳି ଏକ ଖବର ବେଶ ଚର୍ଚ୍ଚାରେ ଆସିଥିଲା. ଯେଉଁଥିରେ ଜନସନ୍ସ ବେବି ପାଉଡର ବ୍ୟବହାର କଲେ କ୍ୟାନସର ହୁଏ ବୋଲି ଖବର ପ୍ରକାଶ ପାଇଥିଲା. ଏବେ ପୁଣି ନିକଟରେ ଏହି ସାମ୍ପୁର ଦୁଇଟି ବ୍ୟାଚ ରାଜସ୍ଥାନରେ ପରୀକ୍ଷଣ ହୋଇଥିଲା. ଯେଉଁଥିରେ ‘କାର୍ସିନୋଜେନ’ ନାମକ ଏକ କ୍ଷତିକାରକ ଉପାଦାନ ମିଳିଥିବା ଯାଞ୍ଚକର୍ତ୍ତାମାନେ ସୂଚନା ଦେଇଛନ୍ତି. ପୂର୍ବରୁ ଜନସନ୍ସ ବେବି ପାଉଡରରେ କ୍ୟାନସର ଉପାଦାନ ‘ଆସବେଷ୍ଟୋସ’ ଅଛି କି ନାହିଁ ପରୀକ୍ଷଣ କରାଯାଇଥିଲା. ମାତ୍ର ସେତେବେଳେ ସେଥିରୁ ସେଭଳି କିଛି କ୍ଷତିକାରକ ଉପାଦାନ ବାହାରି ନଥିଲା. ଆଉ କମ୍ପାନୀ ପୁଣିଥରେ ଏହାର ପ୍ରସ୍ତୁତି ଆରମ୍ଭ କରିଥିଲା. ହେଲେ ଏବେ ଜନସନ୍ସ ଆଣ୍ଡ ଜନସନ୍ସ ବେବି ସାମ୍ପୁର 24ଟି ବୋତଲ ଯାଞ୍ଚ ପରେ ‘କାର୍ସିନୋଜେନ’ ନାମକ ଉପାଦାନ ମିଳିଛି.

LEAVE A REPLY

Please enter your comment!
Please enter your name here