ଅଗ୍ନି ବିପନ୍ନ ପରିବାରକୁ ସହାୟତା ଦେଲା କଂଗ୍ରେସ. ବାଲେଶ୍ୱର  ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ତିନିଦେଶ ଗାଁରେ ଗତ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଥିଲା. ଏହି ଅଗ୍ନିକାଣ୍ଡରେ 5ଟି ପରିବାରର 8 ବଖରା ଘର ଜଳି ପାଉଁଶ ହୋଇଯାଇଥିଲା. ଫଳରେ ଖୋଲା ଆକାଶ ତଳେ ଥିଲେ ତିନିଦେଶର 5ଟି ପରିବାର. ପରେ ଏହି ପରିବାରକୁ ସହାୟତା ପ୍ରଦାନ ପାଇଁ ଆଗେଇ ଆସିଥିଲେ କଂଗ୍ରେସ ପ୍ରାର୍ଥିନୀ ମନୋଜା ମଞ୍ଜରୀ ଦେବୀ. ଉକ୍ତ ପରିବାରଙ୍କ ନିକଟରେ ପହଞ୍ଚି ସେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ ଶୁଖିଲା ଖାଦ୍ୟ ଓ ସହାୟତା ରାଶି ମଧ୍ୟ ପ୍ରଦାନ କରିଥିଲେ.

 

LEAVE A REPLY

Please enter your comment!
Please enter your name here