ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି କମେଡିଆନ ଭାରତୀ । ତାଙ୍କ ସ୍ୱାମୀ ହର୍ଷ ଲିମ୍ବୋଚିୟା ଏହି ଖବର ସୋସିଆଲ ସାଇଟରେ ସେୟାର କରିଛନ୍ତି । ଭାରତୀଙ୍କ ସହ ସେ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି ‘ ଇଟ୍ସ ଏ ବୟ’ । ବିବାହର ୫ ବର୍ଷ ପରେ ଭାରତୀ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗତ ବର୍ଷ ସେ ତାଙ୍କ ପ୍ରେଗ୍ନେନ୍ସି କଥା ପ୍ରଶଂସକଙ୍କ ସହ ସେୟାର କରିଥିଲେ । ବିଭିନ୍ନ ସେଲିବ୍ରିଟି ଭାରତୀ ହର୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ହର୍ଷ ଯେଉଁଭଳି ଭାବେ ଭାରତୀଙ୍କର ଯତ୍ନ ନେଇଥିଲେ ତାହା କେହି କରିବେନି ବୋଲି ଭାରତୀ କହିଛନ୍ତି । ଉଭୟଙ୍କ କେମେଷ୍ଟ୍ରି ରିଲ ଏବଂ ରିୟଲ ଲାଇଫରେ ଦର୍ଶକମାନେ ବେଶ୍ ପସନ୍ଦ କରିଥାନ୍ତି । ୨୦୧୭ରେ ଉଭୟ ପ୍ରେମ ବିବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here