ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଲା ଭାରତୀୟ ବାୟୁ ସେନା. ଏହି ଆକ୍ରମଣକୁ ନେଇ ସମଗ୍ର ବିଶ୍ୱ କ୍ରୋଧର ନିଆଁରେ ଜଳୁଥିବା ବେଳେ ଶେଷରେ ଯବାନଙ୍କୁ ହରାଇବାର ବଦଲା ନେଇଛି ବାୟୁ ସେନା. ମଙ୍ଗଳବାର ଭୋର ସାଢେ ତିନିଟାରେ ଆରମ୍ଭ ହୋଇଥିଲା ଅପରେସନ. ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଭାରତୀୟ ବାୟୁସେନାର ଡଜନେ ମିରେଜ 2000 ଫାଇଟର ଜେଟ୍ ଏଲଓସି ଅତିକ୍ରମ କରି ପାକିସ୍ତାନ ମଧ୍ୟକୁ ପ୍ରବେଶ କରିଥିଲା.  ଏକ ହଜାର କେଜି ଓଜନର ଲେଜର ଗାଇଡେଡ ବୋମା ଆତଙ୍କୀ ଶିବିର ଉପରେ ବିସ୍ଫୋରଣ କରାଯାଇଥିଲା.  13 ମିନିଟର ଏହି ବିସ୍ଫୋରଣରେ ବହୁ ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ ହୋଇଥିବା ସୂଚନା ମିଳିଛି. ଜୈଶ-ଇ-ମହମ୍ମଦ ଶିବିରକୁ ଲକ୍ଷ୍ୟ ରଖି ଏହି ବୋମା ବିସ୍ଫୋରଣ କରାଯାଇଛି ବୋଲି ସେନାବାହିନୀ ପକ୍ଷରୁ କୁହାଯାଇଛି. ଅନ୍ୟପଟେ ବାଲାକୋଟ ଓ ଚାକୋଠିରେ ଥିବା ଜୈଶ-ଇ-ମହମ୍ମଦର କ୍ୟାମ୍ପ ମଧ୍ୟ ଧ୍ୱଂସ ହୋଇଛି.  300ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here