ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଆରମ୍ଭ ହେବ ଅନଲାଇନ୍ କ୍ଲାସ । ଅନଲାଇନ କ୍ଲାସ ନେଇ ଗାଇଡଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଗାଇଡଲାଇନ୍ । ଜୁଲାଇ ୧୩ରୁ ଅନଲାଇନ୍ କ୍ଲାସ ଆରମ୍ଭ ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ହ୍ୱାଟସଆପରେ ପିଲାଙ୍କ ଗ୍ରୁପ ହେବ, ସର୍ବାଧିକ ୩୨ ପିଲା ରହିବେ । ଘରେ ପଢିବାକୁ ହ୍ୱାଟସଆପ , ମେଲରେ ନୋଟସ ଦେବେ ଶିକ୍ଷକ । ଦିନକୁ ୨ରୁ ୩ ଘଣ୍ଟା କ୍ଲାସ ହେବ । ସପ୍ତାହକୁ ୩ ଦିନ ପାଠ ପଢା ହେବ । ଗୁଗୁଲ ମିଟ୍‌, ଜୁମ୍‌, ସ୍କାଇପ ଜରିଆରେ ହେବ ଅନଲାଇନ୍ କ୍ଲାସ ହେବ । ଅନଲାଇନ କ୍ଲାସ କରୁଥିବା ପିଲାଙ୍କ ଉପସ୍ଥାନ ନେବେ ସଂପୃକ୍ତ ଶିକ୍ଷକ ।

LEAVE A REPLY

Please enter your comment!
Please enter your name here