ଧାନ ଖଳାରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ଧାନ ଗଦା । ପୋଡି ପାଉଁଶ ହୋଇଗଲା ଚାଷୀର ବର୍ଷକର ଝାଳବୁହା ପରିଶ୍ରମ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିନ୍ଦୁରପୁର ଗାଁରେ । ଗାଁର ମନୋଜ ଭୋଇ ୭ଏକର ଜମିରୁ ଧାନ କାଟି ଆଣି ଅମଳ ଆଶାରେ ଖଳାରେ ଗଦା କରି ରଖିଥିଲେ । ହେଲେ ଗତକାଲି ରାତିରେ କୌଣସି ପ୍ରକାର ଧାନ ଗଦାରେ ନିଆଁ ଲାଗି ସବୁ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ନେଇ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚିଥିଲେ କଣ୍ଟାମାଳ ଓ ସୋନପୁରର ଦମକଳ ବାହିନୀ । ହେଲେ ସେତେବେଳକୁ ସବୁ କିଛି ପୋଡି ଛାରଖାର ହୋଇଯାଇଥିଲା । କେହି ଦୁର୍ବୁତ୍ତ ଧାନ ଗଦାରେ ନିଆଁ ଲଗାଇଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here