ଆଜି ନିମାପଡାଠାରେ ଜାତୀୟ ଦଳିତ ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦଳିତ ମହାସଂଘ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ ନିମାପଡା ଜୟଶ୍ରୀ ଛକ ନିକଟରୁ ବାହାରି ନିମାପଡା ବଜାର ପରିକ୍ରମା କରିବା ସହ ନିମାପଡା ଟାଉନହଲ ଠାରେ ପହଁଞ୍ଚିଥିଲେ । ମୁକ୍ତାକାଶ ରଙ୍ଗମଞ୍ଚରେ ଗଣମାଧ୍ୟମ ଓ ଜନସାଧାରଣଙ୍କ ଭୂମିକା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଳିତ ମହାସଂଘର ସଭାପତି ବିଜୟ ସେଠୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦିକା ସୋନିଲତା ସେଠୀ ଯୋଗ ଦେଇ ସମ୍ବିଧାନ ସୁରକ୍ଷାରେ ଆଲୋଚନା କରିଥିଲେ । ଏହି ସମାବେଶରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିମାପଡାର ତକ୍ଷକ ଟିଭିର ସାମ୍ବାଦିକ ସୁନିଲ ମିଶ୍ରଙ୍କୁ ସମ୍ମାନୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here