ମୋବାଇଲ ଆମ ଦୈନନ୍ଦିନ ଜୀବନରେ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଲାଣି I ହାରାହାରି ଜଣେ ମଣିଷ ପ୍ରତିଦିନ 76 ଥର ମୋବାଇଲ ବ୍ୟବହାର କରିଥାଏ ଏବଂ ଦୁଇହଜାର ଛଅଶହଥର ଛୁଇଁଥାଏ I ଏବଂ ମୋବାଇଲ ମାଧ୍ୟମରେ କରୋନା ବ୍ୟାପିବାର ସମ୍ଭାବନା ଅଧିକ ଥିବାରୁ ନିଜ ମୋବାଇଲକୁ ଚାରି ପାଂଚଥର ସାନିଟାଇଜ କରିବା ଉପରେ ଗୁରୁତ୍ବ ଦିଆଯାଇଛି I ସାଧାରଣତଃ ମୋବାଇଲ ବ୍ୟବହାର କଲାବେଳେ ଆମେ ଅନେକ ସମୟରେ ଯୁଆଡେ ଯାଉ, ମୋବାଇଲକୁ ଟେବୁଲ ଅଥବା ଅନ୍ୟାନ୍ୟ ସ୍ଥାନରେ ରଖିଦେଇଥାଉ I ତେଣୁ ନିଜ ମୋବାଇଲକୁ ପକେଟରୁ କାଢି ବ୍ୟାଗରେ ରଖିବାକୁ ଅବଂ ଅନ୍ୟତ୍ର ନ ରଖିବାକୁ ପରାମର୍ଶ ଦିଆଯାଇଛି I ମୋବାଇଲକୁ ଏଠିସେଠି ରଖିବା ଦ୍ବାରା କରୋନା ଭାଇରସ ବ୍ୟାପୀବାର ଆଶଙ୍କା ଥିବାରୁ ମୋବାଇଲକୁ ସାନିଟାଇଜ କରିବା ଜରୁରୀ ହୋଇପଡିଛି I

LEAVE A REPLY

Please enter your comment!
Please enter your name here