ଜେଲ୍ ରୁ ମୁକୁଳିବେ ସାରଥୀ ଓରଫ ସନ୍ତୋଷ ରାଉଳ । ବାରିମୂଳ ଆଶ୍ରମର ଅନ୍ତେବାସୀ ମା,ଝିଅଙ୍କ ମାମଲାରେ ଜାମିନ ଦେଲେ ହାଇକୋର୍ଟ । ଦିର୍ଘ ତିନି ବର୍ଷରୁ ଉର୍ଦ୍ଧହେବ ଚୌଦାର ଜେଲ୍ ରେ ଥିଲେ ସାରଥୀ । ସାରଥୀଙ୍କ ନାମରେ ତିନୋଟି ସଙ୍ଗିନ ମାମଲା ରହିଥିଲା । ପୂର୍ବରୁ ଦୁଇଟି ମାମଲାରେ ସାରଥୀଙ୍କୁ ଜାମିନ ମିଳିଯାଇଥିବା ବେଳେ ଆଜି ହାଇକୋର୍ଟ ତୃତୀୟ ମାମଲାରେ ୨ ଲକ୍ଷ ଟଙ୍କା ଏବଂ ୨ ଜଣ ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ କୋର୍ଟ ଜାମିନ ପତ୍ରରେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତଳ କୋର୍ଟ ଚାହିଁଲେ ଏହି ମାମଲାରେ ଅଧିକ ସର୍ତ୍ତ ରଖିପାରିବେ ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଆତ୍ମଘୋଷିତ ଧର୍ମଗୁରୁ ସାରଥୀ ବାବାଙ୍କୁ ମହିଳାଙ୍କୁ ଯୌନ ନିର୍ଯାତନା ଏବଂ ଲୋକ ମାନଙ୍କ ଧାର୍ମିକ ଭାବନା ସହ ଖେଳିବା ଅଭିଯୋଗରେ ସାରଥୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପୂର୍ବରୁ ସୁପ୍ରିମ କୋର୍ଟର ବିଚାର ପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କୁ ନେଇ ଗଠିତ ଦୁଇ ଜଣିଆ ବେଞ୍ଚ ସାରଥୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥଲେ । ତେବେ ହାଇକୋର୍ଟ ରେ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here