ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ପୁଣି ରିପିଟ । ସମାନ ଷ୍ଟାଇଲରେ ଛତିଶଗଡରେ ହୋଇଛି ବୋମା ବିସ୍ଫୋରଣ । ପ୍ରେମିକା ପାଖକୁ ଗିଫ୍ଟରେ ବୋମା ପଠାଇଥିଲା ପୂର୍ବତନ ପ୍ରେମିକ । ପ୍ରେମକୁ ନପାଇବାରୁ ଭୟଙ୍କର ପ୍ରତିଷୋଧ ନେଲା ପ୍ରେମିକ । ନବ ବିବାହିତା ପ୍ରେମିକାଙ୍କ ପାଖକୁ ପଠାଇଥିଲେ ହୋମ ଥିଏଟର ଗିଫ୍ଟ । ତା ଭିତରେ ଖଞ୍ଜିଥିଲା ବୋମା । ବିସ୍ଫୋରକ ଖଞ୍ଜାଇଥିବା ଗିଫ୍ଟକୁ ଖୋଲି ଲଗାଇବା ପରେ ବିସ୍ଫୋରଣ ହୋଇଥିଲା । ଏଥିରେ ବର ଓ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଛି । ଗୁରୁତ୍ତର ଆହତ ହୋଇଛନ୍ତି ଘରର ଆଉ ୪ ଜଣ । ଛତିଶଗଡ କବରିଧାମ ଜିଲ୍ଲାରେ ଘଟିଛି ଏଭଳି ଘଟଣା । ବିସ୍ଫୋରଣରେ ଘରର କାନ୍ଥ ଓ ଛାତ ଭୁସୁଡିପଡିଛି । ପୋଲିସ ତଦନ୍ତରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ପ୍ରତିଶୋଧ ନେବାକୁ ପୂର୍ବତନ ପ୍ରେମିକ କିଭଳି ଷଡଯନ୍ତ୍ର କରିଥିଲା ତାର ପର୍ଦ୍ଦାଫାସ କରିଛି ପୋଲିସ । ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିଛି ପୋଲିସ । ବାହା ହେବାକୁ ପ୍ରେମିକା ମନା କରିବାରୁ ଏଭଳି କାଣ୍ଡ ଅଭିଯୁକ୍ତ ଘଟାଇଛି ବୋଲି ଦୋଷ ସ୍ୱିକାର କରିଛି ।
୨୦୧୮ ମସିହା , ଫ୍ରେବୁଆରୀ ୨୩ ତାରିଖରେ ବଲାଙ୍ଗୀର ପାଟଣାଗଡରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here