ଆଜି ଫୁଲବାଣୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୧୦ ଜଣ ମାଓବାଦୀ ।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୭ ଜଣ ମହିଳା ଅଟନ୍ତି ଏବଂ ତିନି ଜଣ ପୁରୁଷ ଅଟନ୍ତି । ଦିନକୁ ଦିନ ଭୁଶୁଡିବାରେ ଲାଗିଛି ଲାଲଗଡ । ଆଜି ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆରେ ଏକ ସଭାର ଆୟୋଜନ ହୋଇଥିବା ବେଳେ, ସେଠାରେ ଏଡିଜିପି ସଂଜୀବ ପଣ୍ଡା, ଆଇଜିପି ନୀତି ଶେଖର, ଦୀପକ କୁମାର, କନ୍ଧମାଳ ଏସପି ହରିଶ ବିଶିଙ୍କ ଉପସ୍ଥିତିରେ ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ମାଓବାଦୀ ଷ୍ଟେଟ୍‌ କମିଟି ଓ ଡିଭିଜନ କମିଟି ସଦସ୍ୟ ଅଟନ୍ତି । ସେମାନେ ହେଲେ ସୁନୀଲ,ଅନୁପା,ଏରିଆ କମିଟି ସଦସ୍ୟ ସୁନୀତା, ସରିତା କୁମ୍‌ ଦାମ୍‌, ଚୁଡ଼ି ୟୋଗୀ,ଶିଳ୍ପା ପାଟି, ଯମୁନା, ଗଣେଷ କୁଞ୍ଜ, ସୁଶୀଳା ଡୁଡି, ।

LEAVE A REPLY

Please enter your comment!
Please enter your name here