ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ । ଫେରିବ କାଳିଆ ଟଙ୍କା ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରାଯିବ ।ଏନେଇ ପଞ୍ଚାୟତସ୍ତରରେ ବିଗ୍ୟପ୍ତି ପ୍ରକାଶ ପାଇଛି । ରାଜ୍ୟରେ କେତେଜଣ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ସେନେଇ ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ତାଲିକା ଯାଞ୍ଚ କରାଯିବ । ନାଁ ବାଦ ପାଇଁ ହିତାଧିକାରୀ ଆବେଦନ କରିପାରିବେ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ୫୧ ଲକ୍ଷ ହିତାଧିକାରୀଙ୍କ ନାଁ ୱେବସାଇଟ୍ ରେ ରହିଛି । ିନ୍ତୁ ୩୭ ଲକ୍ଷ କ୍ଷୁଦ୍ର ନାମମାତ୍ର ଚାଷୀଙ୍କ ନାଁ ତାଲିକାରେ ରହିଛି । ଏବଂ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ମଧ୍ୟ ତାଲିକାରେ ସାମିଲ ହୋଇଛନ୍ତି । ପ୍ରତି ପଞ୍ଚାୟତରେ ଆଜି କାଳିଆ ତାଲିକା ଲଗାଯାଇଛି । ଅଯୋଗ୍ୟ ବ୍ୟକ୍ତି ନାଁ ବାଦ୍ ଦେବା ପାଇଁ ଦରଖାସ୍ତ କରିପାରିବେ । ତେବେ ଏହାର ଲକ୍ଷ୍ୟ ହେଲା ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରୁ ବାଦ୍ ଦେବା ଆଉ ଯୋଗ୍ୟ ହିତାଧିକାରୀ ତଥା କୌଣସି ବି ଯୋଗ୍ୟ ଚାଷୀ ଯେଭଳି କାଳିଆ ସହାୟତାରୁ ବଂଚିତ ନହେବେ ।

LEAVE A REPLY

Please enter your comment!
Please enter your name here