ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଠାରୁ ଦିଲ୍ଲୀରେ ଆରମ୍ଭ ହୋଇଛି । ଏହି ଦୁଇଦିନିଆ ବୈଠକରେ ବିଧାନସଭା ନିର୍ବାଚନ ପାଇଁ ବିଜେପିର କାର୍ଯ୍ୟ ତାଲିକା ଓ ରଣନୀତି ପ୍ରସ୍ତୁତ କରାଯିବ । ତେବେ ଦଳିତଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପ୍ରଥମଥର ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ଆୟୋଜିତ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଜାତୀୟ ସ୍ତରୀୟ ପଦାଧିକାରୀ , ରାଜ୍ୟ ସଭାପତି ଓ ସଙ୍ଗଠନ ସଚିବଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ପାର୍ଟିର ଆଗାମୀ ଦିନ ପାଇଁ କ’ଣ ଏଜେଣ୍ଡା ରହିବ ତାହା ନିଷ୍ପତ୍ତି ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପାର୍ଟିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ସେହିପରି ସବର୍ଣ୍ଣଙ୍କ ପାଇଁ ବିଜେପି ଏହି ବୈଠକକୁ ଦିବଙ୍ଗତ ବିଜେପି ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସମର୍ପିତ କରିଛି । ଏହି ବୈଠକରେ ଦଳ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ । ଏହି ବୈଠକର ବିଷୟବସ୍ତୁ ରହିଛି ସର୍ବଦା ଅଟଳ ।

LEAVE A REPLY

Please enter your comment!
Please enter your name here