ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ସୋ । ତିନିନମ୍ବର ରାମମନ୍ଦିର, ବିଜେପି ରାଜ୍ୟ କାର୍ଯ୍ୟାଳୟ ନିକଟରୁ ରୋଡ୍ ସୋ ଆରମ୍ଭ ହୋଇ ବାଣୀବିହାର ଛକ ପର୍ଯ୍ୟନ୍ତ ଚାଲିଥିଲା । ରାସ୍ତାର ଦୁଇପାର୍ଶ୍ବରେ ହଜାର ହଜାର ଦଳୀୟ କର୍ମୀ, ସମର୍ଥକ ଓ ସାଧାରଣ ଲୋକେ ମୋଦୀଙ୍କୁ ସ୍ବାଗତ କରିଥିଲେ । ହାତରେ ପଦ୍ମ ଫୁଲର ଚିହ୍ନ ଧରି ଲୋକମାନଙ୍କୁ ଅଭିଭାଦନ ଜଣାିଥିଲେ ମୋଦି । ମୋଦିଙ୍କ ସହ ଖୋଲାଗାଡିରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ସାଂସଦ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡଙ୍ଗୀ ସାମିଲ ହୋଇଥିଲେ । ମୋଦିଙ୍କ ରୋଡ୍ ସୋ ପାଇଁ ଅପରାହ୍ନରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ମୋଦିଙ୍କ ରୋଡ୍ ସୋ ପାଇଁ ରାମମନ୍ଦିର ନିକଟରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା । ଆସନ୍ତାକାଲି ମୋଦି କନ୍ଧମାଳ, ବଲାଙ୍ଗୀର ଓ ବରଗଡରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ।

LEAVE A REPLY

Please enter your comment!
Please enter your name here