ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥ ମନ୍ତ୍ରୀ । ବଜେଟରେ ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ବାର୍ଷିକ ସାତଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ କୌଣସି ଆୟକର ଦେବାକୁ ପଡିବ ନାହିଁ । ପୂର୍ବରୁ ଏହା ପାଞ୍ଚ ଲକ୍ଷ ଟଙ୍କା ଥିଲା ।
ତେବେ ସାତ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ବଜେଟରେ ପାଞ୍ଚ ଥାକିଆ ସ୍ଲାବ ଘୋଷଣା କରାଯାଇଛି । ନୂଆ ଆୟକର ସ୍ଲାବ ପ୍ଲାନ ଅନୁଯାୟୀ ୩ ଲକ୍ଷ ପର୍ଯ୍ୟନ୍ତ କୌଣସି ଆୟକର ଦେବାକୁ ପଡିବ ନାହିଁ । ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫ ପ୍ରତିଶତ । ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦ ପ୍ରତିଶତ । ୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫ ପ୍ରତିଶତ । ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦ ପ୍ରତିଶତ । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦ ପ୍ରତିଶତ ।

LEAVE A REPLY

Please enter your comment!
Please enter your name here