ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଜାଳି ଦେବା ମାମଲାରେ ହୋଇଛି ନୂଆ ଖୁଲାସା । ଦୀପୁଙ୍କୁ ପିଟି ପିଟି ହତ୍ୟା କରିଥିବା ଲୋକେ ଅଭିଯୋଗ କରିଥିଲେ ଯେ, ସେ ମୁସଲିମ ଧର୍ମ ଗୁରୁଙ୍କ ଅପମାନ କରିଥିଲେ ।ଏ ପର୍ଯ୍ୟନ୍ତ ପୋଲିସ ଓ ରାପିଡ ଆକ୍ସନ ବାଟାଲିୟନଙ୍କୁ ଧାର୍ମିକ ଭାବନାକୁ ଅପମାନ କରିବାର କିଛି ବି ପ୍ରମାଣ ମିଳିନାହିଁ । ଦୀପୁ ଚନ୍ଦ୍ର ଦାସଙ୍କ ପରିବାର ଲୋକେ କହିଛନ୍ତି, ସେ ପାୟାନିୟର ନିଟଭିଟର୍ସ କମ୍ପାନିରେ ପ୍ରମୋଶନ ପାଇଁ ପରୀକ୍ଷା ଦେଇଥିଲେ । ସେ ଫ୍ଲୋର ମ୍ୟାନେଜର ଭାବେ କାମ କରୁଥିଲେ, ପ୍ରମୋଶନ ମିଳିଥିଲେ ତେବେ ସୁପର ଭାଇଜର ହୋଇଥାନ୍ତେ। ଦୀପୁଙ୍କ ଭାଇ ଆପୁ ରୋବି କହିଛନ୍ତି, ଭାଇର ପ୍ରମୋଶନକୁ ନେଇ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ମତଭେଦ ଥିଲା । ଗୁରୁବାର ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ହୋଇଥିଲା ଏବଂ ସେହି ଦିନ ଅପରାହ୍ନରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ଏହା ପରେ ତା ବିରୋଧରେ ଧାର୍ମିକ ଭାବନାକୁ ଅପମାନ କରିଥିବା ଅଭିଯୋଗ କରାଗଲା । ଦୀପୁ ଚନ୍ଦ୍ର ଦାସଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା । ସ୍ଥାନୀୟ ଲୋକେ ମଧ୍ୟ ପ୍ରମୋଶନଙ୍କୁ ନେଇ ଦୀପୁଙ୍କ ବିବାଦ ଥିବା କହିଛନ୍ତି । ଅପୁ କହିଛନ୍ତି, ଦୀପୁର ସାଙ୍ଗ ହିମେଲ ଫୋନ କରି ଘଟଣା ବିଷୟରେ ସୂଚନା ଦେଇଥିଲେ ଏବଂ କହିଥିଲେ ଉତ୍ତ୍ୟକ୍ତ ଲୋକେ ତାଙ୍କ ଭାଇଙ୍କୁ ଥାନାକୁ ନେଇ ଯାଉଛନ୍ତି । ଅପୁ କହିଛନ୍ତି, ମୋ ଭାଇ ଉପରେ ଅଭିଯୋଗ କରାଯାଇଥିଲା ଯେ, ସେ ପେଗମ୍ବର ମହମ୍ମଦଙ୍କ ବିରୋଧରେ ଅପଶବ୍ଦ କହିଛି । ଏହାର କିଛି ସମୟ ପରେ ହିମେଲ ଫୋନ କରି ଜଣାଇଥିଲା ଯେ, ମୋ ଭାଇକୁ ମାରି ଦିଆଗଲା । ତୁରନ୍ତ ସେ ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ତାଙ୍କ ଭାଇକୁ ଜୀବନ୍ତ ଜାଳି ଦିଆଯାଇଥିଲା । ଏ ପର୍ଯ୍ୟନ୍ତ ପୋଲିସ ଓ ରାପିଡ ଆକ୍ସନ ବାଟାଲିୟନଙ୍କୁ ଧାର୍ମିକ ଭାବନାକୁ ଅପମାନ କରିବାର କିଛି ବି ପ୍ରମାଣ ମିଳିନାହିଁ ।














