ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଚାଞ୍ଜଲ୍ୟକର ବୟାନ ଦେଇଛନ୍ତି ତôତକାଳୀନ ଡିଏଫଓ ଡିଭିଜନ ଜଗୁଆଳୀ ଗଙ୍ଗା ପ୍ରଧାନ । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସୌମ୍ୟରଞ୍ଜନଙ୍କ ବାସଭବନକୁ ରାତି ୧୨ଟା ୩୦ରେ ଯାଇଥିଲେ ଡିଏଫଓ । ଏହି ଅଭିଯୋଗ ଆଣିଛନ୍ତି ଜଗୁଆଳୀ ଗଙ୍ଗା ପ୍ରଧାନ । ଗଙ୍ଗା ଏହାକୁ ଦେଖି ଥିବାରୁ ତାଙ୍କୁ ଚାକିରୀରୁ ବାହାର କରିଦିଆଯାଇଥିଲା । ଡିଏଫଓ ତାଙ୍କୁ ଚାକିରୀରୁ ବାହାର କରିଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ଗଙ୍ଗା ୮ ବର୍ଷ ହେବ ବନବିଭାଗରେ କାମ କରୁଥିଲେ । ଡିଏଫଓ ନିଜ ବାସଭବନ ଛାତ ଉପରେ ରହି ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଙ୍କ ଉପରେ ନଜର ରଖୁଥିଲେ ବୋଲି କହିଛନ୍ତି ଗଙ୍ଗା ପ୍ରଧାନ ।

LEAVE A REPLY

Please enter your comment!
Please enter your name here