ଉତ୍କଳ ବିଶ୍ୱବିଦ୍ୟାଳୟର କିଛି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଲାଗିଛି କଟକଣା । ବାଣୀବିହାରରେ ୮ଟି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ପିଜି, ୟୁଜି, ସାର୍ଟିଫିକେଟ ପୋଷ୍ଟ ରହିଛି । ଏହାସହିତ କିଛି ସେଲ୍ଫ ଫାଇନାନ୍ସିଂ କୋର୍ଷରେ ସିଟ୍ ସଂଖ୍ୟା ହ୍ରାସ ପାଇଁ ବି ନିଷ୍ପତ୍ତି ହୋଇଛି । ଉତ୍କଳ ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ସମେତ ଚଣ୍ଡିଖୋଲସ୍ଥିତ ରୁରାଲ କ୍ୟାମ୍ପସରେ ଥିବା ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ ହେବ। ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଯୋଗ, ବିଏସ୍‌ସି ନର୍ସିଂ, ରୁରାଲ ଡେଭଲ୍‌ପମେଣ୍ଟ, ମାଷ୍ଟର ଇନ୍‌ ସୋସିଆଲ୍‌ ସାଇନ୍ସ, ଜିଓ ଇନ୍‌ଫରମେଟିଭ୍‌, ଏମ୍‌ଟେକ୍‌ କମ୍ପ୍ୟୁଟର ସାଇନ୍ସ, ରିମୋଟ ସେନ୍ସିଂ ପାଠ୍ୟକ୍ରମ ସହ ସଂସ୍କୃତ ସାର୍ଟିଫିକେଟ୍‌ ପାଠ୍ୟକ୍ରମକୁ ବନ୍ଦ କରାଯିବ।

LEAVE A REPLY

Please enter your comment!
Please enter your name here