କିଛି ଦିନତଳେ ପ୍ରିୟଙ୍କା ତାଙ୍କର ୩୭ତମ ଜନ୍ମଦିନ ପାଳନ କରିଥିଲେ । ତାଙ୍କ ସ୍ୱାମି ନିକ୍ ସହିତ ବିବାହ ପରେଏହା ତାଙ୍କର ପ୍ରଥମ ଜନ୍ମଦିନ ହୋଇ ଥିବାରୁ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଓ ଶାଶୁ ଘର ପକ୍ଷରୁ ଏହାକୁ ବେଶ୍ ଖାସ୍ କରିବା ପାଇଁ ଗୋଟିଏସପ୍ତାହ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ମିଆମିରେ ହୋଇଥିବା ଏହିବାର୍ଥ ଡେ’ ପାର୍ଟିର ମୁଖ୍ୟ ଆକର୍ଷଣ ଥିଲା ପ୍ରିୟଙ୍କାଙ୍କ ଡ୍ରେସ୍ ଓ ମଥାରେ ଝଟକୁ ଥିବାସିନ୍ଦୁର । ଏହା ସହିତ ପାର୍ଟିର ଆଉ ଏକ ବିଶେଷତ୍ୱ ଥିଲା ପ୍ରିୟଙ୍କାଙ୍କ ବାର୍ଥ ଡେ’ କେକ୍ । ଏହି ତିନି ଥାକର କେକ୍ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ତେବେ କେକ୍ ତିଆରି କରିବା ପାଇଁ ୨୪ ଘଣ୍ଟା ସମୟ ଲାଗିଥିବା ବେଳେ ଏହାର ଦାମ୍ ଥିଲା ୩ ଲକ୍ଷ ୪୫ ହଜାର ଟଙ୍କା । ମିଆମିର ଏକ ବେକ୍ରିସପ୍ ‘ଡିଭାଇନ୍ ଡେଲିକେସି ବେକରି’ ଏହି କେକ୍ ପ୍ରସ୍ତୁତ କରାଯାଇ ଥିଲା । ଏହି କେକ୍ ପ୍ରିୟଙ୍କାଙ୍କ ଡ୍ରେସକୁ ମ୍ୟାଚ୍କରି ରେଡ୍ ଓ ଗୋଲଡ୍ ଡିଜାଇନ୍ କେକ୍କୁ କରା ଯାଇଥିଲା । ଏହି କେକ୍ଟି ସ୍ଥାନେ ସ୍ଥାନେ ଅତି ପତଳା ସୁନାର ଛାଞ୍ଚଦିଆଯାଇଥିଲା ।