ଆଜି ପର୍ଯ୍ୟନ୍ତ ମେଡିକାଲ ସାଇନ୍ସରେ କ୍ୟାନସର ରୋଗର ପ୍ରତିକାର ବାହାରି ପାରି ନଥିବା ବେଳେ ଇସ୍ରାଇଲ ବୈଜ୍ଞାନିକ ଏହାର ପ୍ରତିକାର ବାହାର କରିଛନ୍ତି ଏବଂ 2020 ମସିହା ବେଳକୁ ଏହି ରୋଗର ମୂଳ ଉତ୍ପୀଡନ ହେବ ବୋଲି ସେମାନେ ଦାବି ମଧ୍ୟ କରିଛନ୍ତି. ବର୍ତ୍ତମାନ, ଇସ୍ରାଏଲ ବୈଜ୍ଞାନିକମାନେ ଏହି ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛନ୍ତି. ଯଦି ଏହା ସଫଳ ହୁଏ, ତାହେଲେ ଏହା ଦୁନିଆର ପ୍ରଥମ ଔଷଧ ହେବ, ଯାହା କ୍ୟାନସର ଭଳି ରୋଗକୁ ମୂଳରୁ ଶେଷ କରିପାରିବାରେ ସାହାଯ୍ୟ କରିବ. ଏହାକୁ ସେବନ କଲେ ପ୍ରଥମ ଦିନରୁ ଏହି ଔଷଧର ପ୍ରଭାବ ଦେଖିବାକୁ ମିଳିବ ବୋଲି କହିଛନ୍ତି ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀର ଚେୟାରମ୍ୟାନ. ଅନ୍ୟପଟେ ଏହି ଔଷଧର ମୂଲ୍ୟ ଶସ୍ତା ହୋଇଥିବା ବେଳେ ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ନାହିଁ ବୋଲି କୁହାଯାଇଛି.

LEAVE A REPLY

Please enter your comment!
Please enter your name here