ମୁମ୍ବାଇ: ଭାରତରେ କରୋନା ଭୂତାଣୁ ସଂକ୍ରମଣରେ ତୃତୀୟଜଣଙ୍କର ମୃତ୍ୟୁ ହୋଇଛି । ଆଜି ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏହା ପୂର୍ବରୁ ଭାରତରେ କରୋନା ଭାଇରସରେ ୨ଜଣ ପ୍ରାଣ ହରାଇଥିଲେ । ଦିଲ୍ଲୀରେ ଗତ୧୪ତାରିଖରେ ଜଣେ ୬୮ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଥିଲା ।ସେହିପରି କରୋନା ଭୂତାଣୁ ସଂକ୍ରମଣରେ କର୍ଣ୍ଣାଟକର ଜଣେ ୭୬ବର୍ଷ ବୟସ୍କ ବ୍ୟକ୍ତିଙ୍କର ମାର୍ଚ୍ଚ ୧୦ରେ ମୃତ୍ୟୁ ଘଟିଥିଲା । ଦେଶରେ ୧୫ଟି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨୫ଜଣ ସଂକ୍ରମିତ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୩୮ଜଣ ସଂକ୍ରମିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here