ବିଜେପିକୁ ଫେରିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ. ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି. ବିଜେପି ଟିକଟରେ ବାଲେଶ୍ୱରରୁ ଲୋକସଭାକୁ ତିନି ଥର ନିର୍ବାଚିତ ହୋଇଥିବା ଖାରବେଳ 2009 ମସିହାରେ ବିଜେପିରୁ ଇସ୍ତଫା ଦେଇଥିଲେ ଓ ଉତ୍କଳ ଭାରତ ନାମରେ ଏକ ନୂଆ ଦଳ ଗଠନ କରିଥିଲେ. ମାତ୍ର ଏବେ ପୁଣି ପୁରୁଣା ଘରକୁ ଫେରିଛନ୍ତି ଖାରବେଳ. ତେବେ କନ୍ଧମାଳ ଲୋକସଭା ଆସନରୁ ସେ ନିର୍ବାଚନ ଲଢିବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି. ଏହାଛଡା ବିଜେଡି ସରକାର ହେଉଛି ଅପାରଗ ଓ ଭ୍ରଷ୍ଟାଚାର. 2019 ନିର୍ବାଚନ ପରେ ବିଜେପି ରାଜ୍ୟରେ ସରକାର ଗଢିବ ବୋଲି କହିଛନ୍ତି ଖାରବେଳ. ଏହାଛଡା ସେ ମୋଦିଙ୍କ କର୍ତ୍ତବ୍ୟରେ ଅନୁପ୍ରାଣିତ ହୋଇ ନିଜ ଇଚ୍ଛାରେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି.

LEAVE A REPLY

Please enter your comment!
Please enter your name here