ମାଟ୍ରିକ ରେଜଲ୍ଟକୁ ନେଇ କାଲି ଅନେକ ସ୍ଥାନରେ ଛାତ୍ରୀଛତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବିକ୍ଷୋଭ, ନାରାବାଜି, ହୋ ହାଲ୍ଲା କରିଥିଲେ ଛାତ୍ରଛାତ୍ରୀ । ପିଲାଙ୍କ ଦ୍ୱନ୍ଦ ଦୂର ପାଇଁ ଆଜି ପ୍ରେସମିଟରେ ଉତ୍ତର ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା କରାଯାଇଛି । ଜୁଲାଇ ୫ ତାରିଖରୁ ଅଫଲାଇନ୍ ପରୀକ୍ଷା ନେଇ ଫର୍ମ ଫିଲଅପ କରାଯିବ । ୧୦ ଦିନ ଭିତରେ ଫର୍ମ ଫିଲଅପ ଶେଷ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି । ଜୁଲାଇରେ ପରୀକ୍ଷା କରାଯାଇ ଶୀଘ୍ର ରେଜଲ୍ଟ ପ୍ରକାଶ କରାଯିବ । ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ ଯୁକ୍ତ ଦୁଇ ନାମଲେଖାରେ କୌଣସି ସମସ୍ୟା ହେବନି ।

LEAVE A REPLY

Please enter your comment!
Please enter your name here