ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୋଲିସ ବେଆଇନ କରତକଳ ଉପରେ ଚଢାଉ କରିଛି. ସୂଚନା ଅନୁସାରେ, ଦୀର୍ଘଦିନ ଧରି ବେଙ୍ଗପୁର ଓ ସୁତେଇ ବଡଗାଁରେ ବେଆଇନ ଭାବେ ଏହି କରତ କଳ ଚାଲିଆସୁଥିଲା. ଖବର ପାଇ ପୋଲିସ ବନବିଭାଗ ସହ ଉକ୍ତ କରତକଳ ଉପରେ ମିଳିତ ଚଢାଉ କରିଥିଲା. ଏହି ଖବର ପାଇବା ମାତ୍ରେ ଉକ୍ତ କରତକଳ ମାଲିକ ଜାଗା ଛାଡି ଫେରାର ହୋଇଯାଇଛି. ପୋଲିସ ପହଞ୍ଚି ସମସ୍ତ ଯନ୍ତ୍ରାଶଂକୁ ଜବତ କରିବା ସହ ସେମାନେ ରଖିଥିବା କାଠକୁ ଜବତ କରିଛି. ତେବେ ଉକ୍ତ ଯନ୍ତ୍ରାଶଂ ଓ କାଠର ମୂଲ୍ୟ ପ୍ରାୟ ସାତ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି.

LEAVE A REPLY

Please enter your comment!
Please enter your name here