ଆଗାମୀ ଭବିଷ୍ୟତରେ ପାରାଦ୍ୱୀପ ପୋର୍ଟରେ ୧ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଯୋଜନା ରହିଛି ଯେଉଁଥିରେ ୫୦ ହଜାର ଯୁବକଙ୍କକୁ ନିଯୁକ୍ତି ମିଳିବ । ଆଗାମୀ ଦିନରେ ପାରାଦ୍ୱୀପ ପୋର୍ଟ ଦେଶର ଏକ ନମ୍ବର ମାନ୍ୟତା ପାଇବ । ବୁଧବାର ପରାଦ୍ୱୀପରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଅବସରରେ କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ।  ପ୍ରଥମ ଥର ପାଇଁ ବିନା ଆଧୁନିକ ଜ୍ଞାନ କୌଶଳର ଉପଯୋଗରେ ସମୁଦ୍ରରୁ ତୈଳ ଅଣାଯାଇଛି । ଯାହାକି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । ଓଡ଼ିଶାରେ ବିଭିନ୍ନପ୍ରକଳ୍ପରେ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨.୫୦ ଲକ୍ଷ କୋଟି ଟଙ୍କାର ଯୋଜନା ରହିଛି । ଯଦି ରାଜ୍ୟ ସରକାର ସହଯୋଗ କରିବେ ତେବେ ଏହା ଖୁବଶୀଘ୍ର ଆରମ୍ଭ ହେବ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଉପସ୍ଥିତିରେ ପାରାଦୀପରେ 11 ହଜାର କୋଟି ଟଙ୍କା ପ୍ରକଳ୍ପର ପଲିପ୍ରପିଲିନ ପ୍ଲାଣ୍ଟ ସହ ଅନ୍ୟାନ୍ୟ ପ୍ଲାଣ୍ଟର ଶୁଭାରମ୍ଭ କରାଯାଇଛି. 3150 କୋଟି ଟଙ୍କା ନିବେଶରେ ନିର୍ମାଣ ହୋଇଥିବା ପଲିପ୍ରପିଲିନ ପ୍ଲାଣ୍ଟ ପେଟ୍ରୋକେମିକାଲ କ୍ଷତାକୁ ବଢାଇ ବାର୍ଷିକ 3.15 ମିଲିୟନ କରିବ ବୋଲି କୁହାଯାଇଛି.

LEAVE A REPLY

Please enter your comment!
Please enter your name here