ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କହିବାକୁ ଗଲେ ଏବେ ଘରେ ଘରେ କରୋନା ପ୍ରବେଶ କରିସାରିଲାଣି । ସେହିପରି ବିଧାନସଭାକୁ କରୋନା କବଳରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଲେ । ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ କରିବାକୁ ଅନୁମତି ଦେଲେ । ବିଧାନସଭା ପୂର୍ବରୁ ସବୁ ବିଧାୟକଙ୍କର କରୋନା ଟେଷ୍ଟ କରାଯାଇଛି । କରୋନା ଟେଷ୍ଟରେ ୧୪ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ପଜିଟିଭ୍ ମଧ୍ୟରେ ଅଛନ୍ତି କଣ୍ଟାମାଳ ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋଡ ଅଧକ୍ଷ୍ୟ ମହୀଧରଣା କରୋନା ଆକ୍ରାନ୍ତ ହୋଇଛନ୍ତି । କୌଣସି ଲକ୍ଷଣ ନଥିଲେ ବି ବିଧାୟକଙ୍କର କରୋନା ପଜିଟିଭ୍ ଆସିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର କରୋନା ପରିକ୍ଷା କରାଇବାକୁ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here