ବ୍ରହ୍ମପୁତ୍ରରେ ଡଙ୍ଗା ବୁଡି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ଲୋକଙ୍କର କୌଣସି ସୂଚନା ମିଳିପାରିନାହିଁ । ଡଙ୍ଗାରେ ୪୫ ଜଣ ଲୋକ ଥିଲେ । କୂଳରୁ ୨୦୦ ମିଟର ଦୂରରେ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ଏନଡ଼ିଆରଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ୪୫ ଜଣ ଯାତ୍ରୀ ୮ଟି ମୋଟର ସାଇକେଲ ସହ ଏକ ମୋଟର ବୋଟରେ ଯାଉଥିବାବେଳେ ଡଙ୍ଗାଟି ବୁଡ଼ିଯାଇଥିଲା । ବୋଟ୍ ଚାଲୁଥିବାବେଳେ ଏହାର ଇଞ୍ଜିନ୍ ହଠାତ୍ ବନ୍ଦ ହୋଇଯାଇଥିଲା ।

 

LEAVE A REPLY

Please enter your comment!
Please enter your name here