ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ଦଳ ବିଜେପି ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସାଂସଦ ସୁଜିତ କୁମାରଙ୍କ ନାମରେ ବିଜେପି ମୋହର ମାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସଭା ପାଇଁ ମନୋନୀତ ଦୁଇ ପ୍ରାର୍ଥୀ ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତା ଗୁରୁବାର ଉଭୟ ନାମାଙ୍କନ ଭରିବେ । ତୃତୀୟ ପ୍ରାର୍ଥୀଙ୍କ ନାମ ଏ ଯାଏଁ ଘୋଷଣା କରାଯାଇନାହିଁ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିପାରନ୍ତି । ଏ ନେଇ ସେ କୌଣସି ଆନୁଷ୍ଠାନିକ ସୂଚନା ଦେଇନଥିବାବେଳେ, ସେ ଆସନ୍ତା ଗୁରୁବାର ଦିନ ନାମାଙ୍କନ ଭରିବେ ବୋଲି ସ୍ପଷ୍ଟ କରିଛନ୍ତି ।ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ବିଜେଡ଼ି ମଧ୍ୟ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ୱର ହୋତା ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ପ୍ରାର୍ଥ ହୋଇଛନ୍ତି ।














