ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ଗ୍ଲୋବାଲ ଆତଙ୍କବାଦୀ ରୂପେ ଘୋଷଣା କରିବା ପାଇଁ ୟୁରୋପୀୟ ସଂଗଠନରେ ଜର୍ମାନୀ ଉଦ୍ୟମ କରିଥିବା ରାଜନ୍ୟାୟିକ ସୂତ୍ରରୁ ପ୍ରକାଶ ପାଇଛି. ପୂର୍ବରୁ ଜାତିସଂଘରେ ଅଜହରକୁ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା ଉପରେ ଚୀନ ପ୍ରତିବନ୍ଧକ ଲଗାଇଥିଲା. ଅଜହରକୁ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା କରିବା ପାଇଁ ଜର୍ମାନୀ ୟୁରୋପୀୟ ସଂଗଠନର ଅନ୍ୟ ଦେଶ ମାନଙ୍କ ସହ ସଂପର୍କ ରଖିଥିବା ସୂଚନା ମିଳିଛି. ଯଦି ଜର୍ମାନୀ ଏହି ଉଦ୍ୟମରେ ସଫଳ ହୁଏ, ତାହେଲେ ଉଇରୋପୀୟ ସଂଗଠନରେ ସାମିଲ ଥିବା 28ଟି ଦେଶ ମାନଙ୍କ ମଧ୍ୟରେ ତାର ସଂପତ୍ତି ଜବତ ହେବ ଏବଂ ସେହି ଦେଶ ଗୁଡ଼ିକୁ ସେ ଯାଇପାରିବ ନାହିଁ ବୋଲି କୁହାଯାଇଛି. ଏହାଛଡା ଅଜହର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମଧ୍ୟ ଜର୍ମାନୀ ୟୁରୋପୀୟ ସଂଗଠନରେ ପ୍ରସ୍ତାବ ରଖିଛି. ମାତ୍ର ଏହାର କୌଣସି ସମାଧାନ ବାହାରି ନଥିବା ସୂଚନା ମିଳିଛି. ଉଇରୋପୀୟ ସଂଗଠନର ସମସ୍ତ 28 ଦେଶ ସମର୍ଥନ ପରେ ପ୍ରସ୍ତାବ ପାସ ହେବ. ମାସୁଦ ଉପରେ ଫ୍ରାନ୍ସ ଗତ ମାର୍ଚ୍ଚ 15 ତାରିଖରେ ଆର୍ଥିକ ପ୍ରତିବନ୍ଧ ଲଗାଇଥିଲା.

LEAVE A REPLY

Please enter your comment!
Please enter your name here