ଧରାବତରଣ କରିଛନ୍ତି ଦୁର୍ଗତିନାଶିନୀ ମା ଦୂର୍ଗା । ମା’ଙ୍କର ସ୍ପର୍ଶରେ ଧରାପୃଷ୍ଠ ପୁଲକିତ ହୋଇଛି । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ଆଜି ଦେବୀପୀଠରେ ମହାମାୟାଙ୍କ ମହାଷ୍ଟମୀ ଓ ମଣ୍ଡପରେ ସପ୍ତମୀ ପୂଜା । ଦର୍ଶନ ପାଇଁ ପୂଜାମଣ୍ଡପରେ ଭକ୍ତଙ୍କ ବେଶ ଭିଡ ଲାଗିଛି ।
ଷୋଡଶ ଉପଚାର ସହ ଦେବୀ ଦୁର୍ଗାଙ୍କ ପୂଜା ବିଭିନ୍ହେନ ଶକ୍ତିପୀଠ ଓ ମଣ୍ଡପରେ ପାଳନ କରାଯାଉଛି । ବଡ ବଡ ସୁଦୃଶ୍ୟ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସୁଛି ମଣ୍ଡପ । କଟକ ଓ ଭୁବନେଶ୍ବରରେ ପୂଜାମଣ୍ଡପ ତୋରଣ ଓ ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି.  ପ୍ରମୁଖ ଦେବୀପୀଠ ମାଆ ବିରଜା, ମାଆ ମଙ୍ଗଳା, ମାଆ ଶାରଳା, ମାଆ ତାରାତାରିଣୀ, ମାଆ କଟକ ଚଣ୍ଡୀ ଓ ମାଆ ତାରିଣୀଙ୍କ ନିକଟରେ ପାରମ୍ପରିକ ରୀତିନୀତିିରେ ପୂଜାର୍ଚ୍ଚନା କରାଯାଉଛି ।

LEAVE A REPLY

Please enter your comment!
Please enter your name here