ଉତ୍ତରପ୍ରଦେଶର ରାଜଧାନୀ ଆହ୍ଲାବାଦର ନାମ ପରିବର୍ତ୍ତନ କରାଯାଇଛି । ଆହ୍ଲାବାଦର ନାମ ବଦଳାଯାଇ ପ୍ରୟାଗରାଜ ରଖାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଛନ୍ତି । ମଙ୍ଗଳବାର କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ସହିତ ଅନ୍ୟ ୧୨ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଥିବା କୁହାଯାଉଛି । ଏସମ୍ପର୍କରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି।
ଗତ ସପ୍ତାହରେ ଯୋଗୀ ଆଦିତ୍ୟନାଥ କହିଥିଲେ, ପବିତ୍ର ଗଙ୍ଗା ଓ ଯମୁନା ନଦୀର ସଂଗମସ୍ଥଳ ହୋଇଥିବାରୁ ଏବଂ ଏହା ସବୁ ପ୍ରୟାଗର ରାଜ ହୋଇଥିବା ହେତୁ ଆହ୍ଲାବାଦର ନାମ ପ୍ରୟାଗରାଜ ଦିଆଯିବ।  ଏହାର କିଛି ଦିନ ପୂର୍ବରୁ ବରିଷ୍ଠ ବିଜେପି ନେତା ସିଦ୍ଧାର୍ଥ ସିଂ ପ୍ରଥମେ ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖାଯାଉ ବୋଲି ପ୍ରସ୍ତାବ ଆଣିଥିଲେ । ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି ।

LEAVE A REPLY

Please enter your comment!
Please enter your name here