ଆଜି ରାତିରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର । ଗଜପତିଙ୍କ ସାନ ତଥା ଚତୁର୍ଥ କନ୍ୟା ଦେବେଶୀ ଦେବୀଙ୍କ ବାହାଘର ଅନୁଷ୍ଠିତ ହେବ । ହରିୟାଣାର ବିଶିଷ୍ଟ ବ୍ୟବସାୟୀ ଆଦିତ୍ୟ କେହେରଙ୍କ ସହ ହେବ ବାହାଘର । ରାଜପରିବାରର ବାହାଘର ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଭୁବନେଶ୍ୱରର ଏକ ତାରକା ହୋଟେଲରେ କୋଭିଡ କଟକଣାରେ ହେବ ବିବାହ । ଏହା ଗଜପତିଙ୍କ ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ ଦେଶର ବିଭିନ୍ନ ରାଜ ପରିବାରର ସୀମିତ ସଂଖ୍ୟକ ଅତିଥି ଏଥିରେ ଯୋଗଦେବେ । ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ , ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି । ରାଜନଅରରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here