କର୍ଣ୍ଣାଟକରେ ହିଜାବକୁ ନେଇ ଚାଲିଛି ମହାଭାରତ । ମୁସଲିମ ଛାତ୍ରୀ ହିଜାବ ପିନ୍ଧି କଲେଜ ଆସୁଥିବାବେଳେ ହିନ୍ଦୁ ଛାତ୍ର ଗେରୁଆ ସ୍କ୍ରାପ ପିନ୍ଧି କଲେଜ ଆସୁଛନ୍ତି । ଏହାକୁ ନେଇ ବଢିଛି ଉତ୍ତେଜନା । କଲେଜରେ ଜୋରଦାର ଚାଲିଛି ସ୍ଲୋଗାନ ବାଜି । ଗତକାଲି ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିଲା । ଆଜି ମଧ୍ୟ ଶୁଣାଣି କରାଯିବ । ବିଭିନ୍ନ ପକ୍ଷରୁ ଯୁକ୍ତିକୁ ଅନୁଧ୍ୟାନ ପରେ ହାଇକୋର୍ଟ ରାୟ ପ୍ରକାଶ କରିବେ । ବିବାଦର ସମାଧାନ ବାହାରିନଥିବାବେଳେ ରାଜ୍ୟ ସରକାର ତିନି ଦିନ କଲେଜ ଛୁଟି ଘୋଷଣା କରି ଶାନ୍ତିରକ୍ଷା ପାଇଁ ଅପିଲ କରିଛନ୍ତି । ରାଜ୍ୟରେ କର୍ଣ୍ଣାଟକ ଏଜୁକେସନ ଆଟ୍ ୧୯୮୩ ଲାଗୁ କରାଯାଇଛି । ନିୟମ ଅନୁସାରେ ସ୍କୁଲ ଓ କଲେଜ ପକ୍ଷରୁ ଧାର୍ଯ୍ୟ ହୋଇଥିବା ୟୁନିଫର୍ମ ପିନ୍ଧି ଆସିବା ଅପରିହାର୍ଯ୍ୟ । ବିବାଦକୁ ନିୟନ୍ତ୍ରଣକୁ ଆଣିବାକୁ ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ପ୍ରଭାବିତ ଶିକ୍ଷାନୁଷ୍ଠାନ ଗୁଡିକୁ ୭ଦିନ ଲାଗି ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here