ଛତିଶଗଡ ସୀମାନ୍ତରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର. ନିର୍ବାଚନକୁ ବିରୋଧ କରି ସେମାନେ ଏହି ପୋଷ୍ଟର ଲଗାଇଛନ୍ତି. ନିର୍ବାଚନ ସମୟ ଯେତିକି ପାଖେଇ ପାଖେଇ ଆସୁଛି ଲାଲବାହିନୀ ସେତିକି ସକ୍ରିୟ ହେଉଛନ୍ତି ଏବଂ ଭୋଟ ବର୍ଜନ ପାଇଁ ବାରମ୍ବାର ଚେତାବନୀ ଦେଉଛନ୍ତି. ମୋଦି ସରକାର ଦେଶକୁ ଲୁଟୁଛନ୍ତି. ଏହାକୁ ହଟାଇ ସ୍ୱାବଲମ୍ବନ ବ୍ୟବସ୍ଥା ଆଣିବା ପାଇଁ ଲାଲବାହିନୀ ଚେତାବନୀ ଦେଇଛନ୍ତି. ତେବେ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଏଭଳି ଚେତାବନୀ ଓ ବିଭିନ୍ନ ଜାଗାରେ ପୋଷ୍ଟରକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ପ୍ରକାଶ ପାଇଛି.