ମିଶନ୍ ଚନ୍ଦ୍ରାୟନ-3 ର ସଫଳତା ପରେ ଇସ୍ରୋର ମିଶନ୍ ସୂର୍ଯ୍ୟ । ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ରରୁ ସଫଳତାର ସହ ଏଲ1 ଆଦିତ୍ୟ ଉତକ୍ଷେପଣ କରାଯାଇଛି । ପୃଥିବୀ ପୃଷ୍ଠରୁ 15 ଲକ୍ଷ କିଲୋମିଟର ଦୂରକୁ ଯିବା ପାଇଁ ଏଲ୍ 1 ଆଦିତ୍ୟକୁ 125 ଦିନ ଲାଗିବ । ପୃଥିବୀ ଠାରୁ 15 ଲକ୍ଷ କିଲୋମିଟର ଦୂର ଏଲ୍ 1 ପଏଣ୍ଟରେ ଏହାକୁ ଅବସ୍ଥାପିତ କରାଯିବ ଏବଂ ସେଠାରୁ ହିଁ ଏଲ1ଆଦିତ୍ୟ ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବ । ବିଶେଷ କରି ସୂର୍ଯ୍ୟଙ୍କ ଚତୁଃପାର୍ଶ୍ବରେ ଥିବା ବିଭିନ୍ନ ସ୍ତର ଏବଂ ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା ରଶ୍ମୀ ଉପରେ ଏହା ଅନୁଧ୍ୟାନ କରିବ ।

LEAVE A REPLY

Please enter your comment!
Please enter your name here