ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି. ଗସ୍ତ ସମୟରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଥିବା ସଂପର୍କକୁ ଆହୁରି ଦୃଢ କରିବା ପାଇଁ ମୋଦି ଦକ୍ଷିଣ କୋରିଆ ସରକାରଙ୍କ ସହ ସାକ୍ଷାତ କରିଛନ୍ତି. ତେବେ ଅନ୍ତରାଷ୍ଟ୍ରୀୟ ସହଯୋଗ, ବୈଷୟିକ ବିକାଶ ଓ ମାନବ ବିକାଶରେ ମୋଦିଙ୍କ ସେବା ପାଇଁ ତାଙ୍କୁ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି. ପୁରସ୍କାର ଗ୍ରହଣ କରିବା ସମୟରେ ମୋଦି କହିଛନ୍ତି, ‘ଏହି ପୁରସ୍କାର ମୋର ବ୍ୟକ୍ତିଗତ ନୁହେଁ, ବରଂ ଭାରତର ଲୋକମାନଙ୍କ ପାଇଁ ଏହି ପୁରସ୍କାର. ଏହି ପୁରସ୍କାର ସେହି ସଫଳତା ସହ ଜଡିତ, ଯାହାକୁ ଭାରତର ଲୋକମାନେ 5 ବର୍ଷରୁ କମ୍ ସମୟ ମଧ୍ୟରେ ଦେଖିଛନ୍ତି’. ମହାତ୍ମା ଗାନ୍ଧୀଙ୍କ ଜନ୍ମର 150 ବର୍ଷରେ ମୋଦିଙ୍କୁ ଏହି ସମ୍ମାନ ମିଳୁଥିବାରୁ ସେ ବେଶି ଖୁସି ଥିବା ପ୍ରକାଶ କରିଛନ୍ତି. 2015 ପରେ ମୋଦିଙ୍କ ଏହା ହେଉଛି ଦ୍ୱିତୀୟ ଏସିଆନ ରାଷ୍ଟ୍ର ଗସ୍ତ.

LEAVE A REPLY

Please enter your comment!
Please enter your name here