ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ର 53ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ. ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏହି ହାମଲା ପରେ ଭାରତକୁ କୂଟନୀତିକ ସ୍ତରରେ ବଡ ସଫଳତା ମିଳିଛି. ମୁସଲିମ ଦେଶର ଶକ୍ତିଶାଳୀ ସଂଗଠନ ଓଆଇସି ନିଜର 46ତମ ଅବସରରେ ଭାରତକୁ ଆମନ୍ତ୍ରିତ କରିଛି. ଆତଙ୍କୀ ହାମଲାରେ ବୀର ଯବାନଙ୍କ ସହିଦରେ ସାରାଦେଶକୁ ଆଘାତ ପହଞ୍ଚିଛି. ଆମର ସଶସ୍ତ୍ର ବଳ ଆରମ୍ଭରୁ ନିଜ ସାହସିକତାର ପରିଚୟ ଦେଇ ଆସିଛନ୍ତି.  ଗୋଟିଏପଟେ ଶାନ୍ତି ସ୍ଥାପନା ପାଇଁ ଯେଉଁଠି ସେମାନେ ଅଦ୍ଭୁତ କ୍ଷମତା ଦେଖାଇଛନ୍ତି, ଅନ୍ୟପଟେ ହାମଲା କରୁଥିବା ଆତଙ୍କବାଦୀଙ୍କୁ ମଧ୍ୟ ତାଙ୍କ ଭାଷାରେ ଜବାବ ଦେଇଛନ୍ତି. ଦେଶବାସୀମାନେ ଶାନ୍ତିରେ ଶୋଇବା ପାଇଁ ସୀମାରେ ଯବାନମାନେ ଦିନରାତି ଏକ କରିଦେଇଛନ୍ତି’. ମୋଦୀ କହିଛନ୍ତି, 2015ରେ ଆରମ୍ଭ କରାଯାଇଥିବା ଜାତୀୟ ଯୁଦ୍ଧ ସ୍ମାରକୀ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ପାଖରେ ତିଆରି କରାଯାଉଛି. ଗତବର୍ଷ ଏହା ଉଦଘାଟିତ ହେବାର ଥିଲେ ମଧ୍ୟ କାର୍ଯ୍ୟରେ ବିଳମ୍ବ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି. ଜାତୀୟ ଯୁଦ୍ଧ ସ୍ମାରକୀ ଦେଶର 22ହଜାର 5ଶହ ବୀର ସୈନିକଙ୍କ ସ୍ମ ୃତି ବହନ କରିବ.

LEAVE A REPLY

Please enter your comment!
Please enter your name here