ଇଣ୍ଡିଗୋ ବିମାନ ବାତିଲ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥିବା ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ ରାଶି । ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ମଧ୍ୟ ଇଣ୍ଡିଗୋ ଘୋଷଣା କରିଛି । ଡିଜିସିଏର ନିର୍ଦ୍ଦେଶ ପରେ ଡିସେମ୍ବର ୩, ୪ ଏବଂ ୫ ତାରିଖରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କୁ କ୍ଷତିପୂରଣ ଦେବାକୁ ଇଣ୍ଡିଗୋ ଘୋଷଣା କରିଛି । ସୋସିଆଲ ମିଡ଼ିଆରେ ଏକ ବିବୃତ୍ତି ଜାରି କରି ଇଣ୍ଡିଗୋ କହିଛି ଯେ ଏହି କ୍ଷତିପୂରଣ ବର୍ତ୍ତମାନର ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଯେଉଁମାନଙ୍କର ଉଡ଼ାଣ ୨୪ ଘଣ୍ଟା ମଧ୍ୟରେ ବାତିଲ ହୋଇଥିଲା ସେମାନଙ୍କୁ ୫,୦୦୦ ରୁ ୧୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ଏବଂ ଏହି ଦିନ ମାନଙ୍କରେ ଅଧିକ ପ୍ରଭାବିତ ହୋଇଥିବା ଥିବା ଯାତ୍ରୀଙ୍କୁ କମ୍ପାନୀ ତରଫରୁ ୧୦ ହଜାର ଟଙ୍କା ଟ୍ରାଭେଲ୍ ଭାଉଚର ମଧ୍ୟ ପ୍ରଦାନ କରାଯିବ । ଯାହାର ଅବଧି ଏକ ବର୍ଷ ଯାଏ ରହିବ । ଆସନ୍ତା ୧୨ ମାସ ମଧ୍ୟରେ ଇଣ୍ଡିଗୋରେ କୌଣସି ଯାତ୍ରାରେ ଏହାକୁ ବ୍ୟବହାର କରାଯାଇ ପାରିବ ।ନିଜର ପଞ୍ଜିକୃତ ଇମେଲ୍ କିମ୍ବା ମୋବାଇଲ୍ ନମ୍ବରରେ ମେସେଜ୍ ଚେକ୍ କରିବାକୁ ଇଣ୍ଡିଗୋ ଯାତ୍ରୀମାନଙ୍କୁ କହିଛି । ଯେଉଁମାନଙ୍କ ଯାତ୍ରା ସମୟରେ ବାରମ୍ବାର ପରିବର୍ତ୍ତନ ହୋଇଛି କିମ୍ବା ଅଧିକ ସମୟ ବିମାନ ବନ୍ଦରରେ ଅପେକ୍ଷା କରିବାକୁ ପଡ଼ିଛି ସେହିମାନଙ୍କୁ ଭାଉଚର୍ ମିଳିବ । ଯେଉଁମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେମାନେ ଇମେଲ୍ କିମ୍ବା ମୋବାଇଲ୍ ଜରିଆରେ କମ୍ପାନୀକୁ ଜଣାଇଲେ ସେମାନଙ୍କୁ ଏହି ଭାଉଚର ମଧ୍ୟ ମିଳିବ । 

LEAVE A REPLY

Please enter your comment!
Please enter your name here