ସ୍ୱାମୀଙ୍କ ଶୁଭମନାସୀ ପୂଜାର୍ଚ୍ଚନା କରିବା ସହ ବ୍ରତ ଧାରଣ କରିଥାନ୍ତି ଓଡିଆ ଘରର ସଧବା ମହିଳାମାନେ । ଦେବାଦେବୀଙ୍କ ପାଖରେ ଶାଢୀ, ଶଙ୍ଖା ଓ ସିନ୍ଦୁର ସହ ବିଭିନ୍ନ ପ୍ରକାରର ଫଳ ପୂଜା କରି ଉପବାସ କରନ୍ତି । ଓଡିଆ ଧର୍ମ ଓ ସଂସ୍କୃତିରେ ସାବିତ୍ରୀ ବ୍ରତ ପାଳନର ଏହି ପରଂପରା ବହୁ ପ୍ରାଚୀନ । ବ୍ରତ ପାଳନ ପାଇଁ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ମହିଳାଙ୍କ ଭିଡ ଦେଖିବାକୁ ମିଳେ । ମାତ୍ର ଓଡିଆ ଘରର ସଧବା ମହିଳାଙ୍କ ଏହି ବ୍ରତ ପାଳନକୁ ଭୁବନେଶ୍ୱରରେ ନିଆରା ଢଙ୍ଗରେ ପାଳନ କରିଛନ୍ତି କିନ୍ନରମାନେ । ଓଡିଆ ଘରର ରୀତିନିତି ଅନୁଯାୟୀ ଯେମିତି ଜଣେ ମହିଳା ସାବିତ୍ରୀ ବ୍ରତ ପାଳନ କରନ୍ତି, କିନ୍ନରମାନେ ସେମିତି ସାବିତ୍ରୀ ବ୍ରତ ପାଳନ କରିଥିଲେ । ସକାଳୁ ସକାଳୁ ନୂଆ ଶାଢି,ଶଙ୍ଖା ଓ ସିନ୍ଦୁର ପରିଧାନ କରି ପହଚିଂଥିଲେ ନୟାପଲ୍ଲୀର ଦୁର୍ଗା ମନ୍ଦିରରେ । ସେଠାରେ ବୈଦିକ ରୀତିନିତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ତେବେ ମହିଳାମାନେ ସ୍ୱାମୀଙ୍କ ପାଇଁ ଉପବାସ ରଖୁଥିବା ବେଳେ କିନ୍ନରମାନେ  ସେମାନଙ୍କ ଗୁରୁଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ।ନୟାପଲ୍ଲୀ ଦୁର୍ଗା ମନ୍ଦିରରେ ଆୟୋଜିତ ଏହି ସାବିତ୍ରୀ ବ୍ରତ ପାଳନରେ କୋଡିଏରୁ ଅଧିକ କିନ୍ନର ସାମିଲ ହୋଇ ପୂଜାର୍ଚ୍ଚନା କରିଥିଲେ । ସଂଘର ମୁଖ୍ୟ ମେନକା ସମସ୍ତ କିନ୍ନରଙ୍କୁ ସିନ୍ଦୁର ଲଗାଇ, ମିଠା ଖୁଆଇ ସମସ୍ତଙ୍କର ସୁଖମୟ ଜୀବନ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here