ଦେହରେ ନିଆଁ ଲଗାଇ ଥାନାକୁ ପିଶିଗଲା ଯୁବକ । ପାଲଲହଡା ଥାନା ଭିତରେ ଯୁବକଙ୍କ ଅଜବ କାଣ୍ଡ । ଆହତ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ପୋଲିସ । ପ୍ରେମ ବ୍ୟାପାରକୁ ନେଇ ଯୁବକ ଜଣକ ଏମିତି କରିଥିବା ସୂଚନା ମିଳିଛି । ସଂପୃକ୍ତ ଯୁବକଙ୍କ ମାନସିକ ବିକୃତି ଥିବା କହିଲା ପାଲଲହଡା ପୋଲିସ । ଈଶ୍ୱର ନଗରର ସମ୍ପୃକ୍ତ ଯୁବକ ଆଜି ଥାନା ନିକଟକୁ ଆସିଥିଲା । ହଠାତ ଦେହରେ ନିଆଁ ଲଗାଇ ଥାନା ଭିତରକୁ ଦୌଡି ପଶି ଯାଇଥିଲା । ଥାନାରେ ଥିବା ପୋଲିସ କର୍ମଚାରୀମାନେ ଯୁବକଙ୍କୁ ଉଦ୍ଧାର କରିଥିଲେ । ଯୁବକଙ୍କ ଦେହରୁ ନିଆଁ ଲିଭାଇବାକୁ ଯାଇ ଜଣେ କନେଷ୍ଟବଲ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here